ଶୋଇଥିବା ବେଳେ ହାତ୍ୟା କରି ଫେରାର, ପୋଲିସ୍‌ ଖୋଜୁଛି କାରଣ

କାଲିମେଳା (କେ ନ୍ୟୁଜ୍‌) : ରାତିରେ ଶୋଇଥିବା ବେଳେ ବୀଭତ୍ସ ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ.ଭି-୭୯ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ତେଲେରାଇ ପଞ୍ଚାୟତର ତମଗୁଡ଼ା ଗ୍ରାମର ମୁକା ମାଡକାମୀ ନାମକ ଜଣେ ଆଦିବାସୀ ବ୍ୟକ୍ତିକୁ କେହି ଗଳା କାଟି ହତ୍ୟା କରିଛି । ଗୁଣିଗାରେଣି ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୁକା ନିଜ ଘରେ ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ଫେରାର ହୋଇ ଯାଇଛି। ଖବର ପାଇ ଏମଭି ୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁଲିସ ଶବ ଜବତ କରି କାଲିମେଳା ମେଡିକାଲରେ ପୋର୍ଷ୍ଟମର୍ଟମ କରାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.