ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଟ୍ବିଟ୍ କରି ଜିଲ୍ଲାପାଳଙ୍କ ସୂଚନା

ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଖବର ମୁତାବକ ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ବୋଲି ଜଣାପଡିଛି। ଆକ୍ରାନ୍ତ ଜଣଙ୍କ ୪୦ ବର୍ଷ ବୟୀୟ ପୁରୁଷ। ସେ ମୁମ୍ବାଇ ଫେରି ଘରେ ସଙ୍ଗରୋଧରେ ଥିଲେ।

collectorତେବେ ଏନେଇ ଜଣାପଡିବାପରେ ଗତକାଲି ତାଙ୍କୁ ଭୁବନେଶ୍ବରର କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଏବେ ବରଗଡ଼ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସୂଚନା ଥାଉକି ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳରେ ପ୍ରଥମେ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.