ପୋଲ ତଳେ ପଡିଥିବା ସନ୍ଦିଗ୍ଧ ବ୍ୟାଗକୁ ଧରିବାରୁ ହେଲା ବିସ୍ଫୋରଣ, ଛେଳି ଚରାଳି ଗୁରୁତର

ଗାଁ ନିକଟରେ ଥିବା ନାଳାକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ବ୍ୟାଗରେ କିଛି ସାମଗ୍ରୀ ଥିବା ଦେଖି ତାକୁ ଏକ ଲାଠିରେ ଯାଂଚ କରୁଥିବା ବେଳେ ବିଷ୍ପୋରଣ ଘଟିଥିଲା ।

ପାଟଣାଗଡ଼(କେନ୍ୟୁଜ୍): ପୋଲ ତଳେ ବିସ୍ଫୋରଣ । ବ୍ୟାଗରେ ଥିବା ସାମଗ୍ରୀ ଯାଞ୍ଚ ବେଳେ ବିସ୍ଫୋରଣ ହେବାରୁ ଯୁବକ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଲାଇସାଥି ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହୋଇଛନ୍ତି ହେମସାଗର ସାହୁ । ସେ ଗାଁରେ ଥିବା ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ବ୍ୟାଗରେ କିଛି ସାମଗ୍ରୀ ଥିବା ଦେଖିଥିଲେ । ଏକ ଲାଠି ଯୋଗେ ଯାଞ୍ଚ ବେଳେ ବିସ୍ଫୋରଣ ହୋଇଥିଲା ବ୍ୟାଗ୍‌ । ଗୁରୁତର ଅବସ୍ଥାରେ ହେମସାଗରଙ୍କୁ ପ୍ରଥମେ ପାଟଣାଗଡ ହସ୍ପିଟାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି l ବ୍ୟାଗରେ କଣ ଥିଲା ? ବିସ୍ଫୋରକ ସାମଗ୍ରୀ ଆସିଲା କୁଆଡୁ ? ପୋଲିସ ଘଟଣାସ୍ଥଳରେ ଖୋଳତାଡ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.