ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର, ସରପଞ୍ଚ ଫେରାର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା୍ ମନମୁଣ୍ଡା ଥାନା କଷୁରବନ୍ଧରେ ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର  l ଗୁଳିମାଡ଼ ପରେ ଅଭିଯୁକ୍ତ ସରପଞ୍ଚ ସରୋଜ କର୍ଣ୍ଣ ଫେରାର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ରାତିରେ କଷୁରବନ୍ଧ ସରପଞ୍ଚ ସରୋଜ କୁମାର କର୍ଣ୍ଣ ତାଙ୍କ ଭାଇ ନିଲୁ କର୍ଣ୍ଣ ଏବଂ ବାପା ନବଘନ କର୍ଣ୍ଣଙ୍କ ସହ ରାଜେନ୍ଦ୍ରଙ୍କ ପାଟିତୁଣ୍ଡ ହୋଇଥିଲା  । ଏଥିରେ ଉତ୍ତ୍ୟକ୍ତ ସରପଞ୍ଚ ସରୋଜ କର୍ଣ୍ଣ ହଠାତ ରାଜେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲେ  । ରାଜେନ୍ଦ୍ର ତଳେ ପଡିଯିବାରୁ ସରପଞ୍ଚ ଓ ତାଙ୍କ ପରିବାର ଲୋକ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି  l ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ପ୍ର୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି  l ମନମୁଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l

You might also like