କବିସୂର୍ଯ୍ୟନଗରରେ ଫୁଟିଲା ଗୁଳି, ଜଣେ ମୃତ

ଆସ୍କା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର  ଏନଏସି ଜଟେଶ୍ୱର ପୋଖରୀ ନିକଟରେ  ଗୁଳିମାଡ଼ l ଗୁଳିମାଡ଼ରେ ନଇ ସାହିର ତ୍ରିନାଥ ମଲ୍ଲିକ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି l ମୃତକଙ୍କ ବାପାଙ୍କ ନାମ ବାସୁଦେବ ମଲ୍ଲିକ   l ପୋଖରୀ ନିକଟରେ ରହିଥିବା ମଣ୍ଡପ ଉପରେ ତ୍ରିନାଥ ବସିଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି   l ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି  l ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଓ ପୁରୁଷୋତ୍ତମପୁର ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି  l

You might also like