ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ଘଟଣା: ଜଣେ ଗିରଫ ଅନ୍ୟ ୩ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା

ବ୍ରହ୍ମପୁର(କେନ୍ୟୁଜ୍): ଛାତ୍ରୀଙ୍କୁ ରାଗିଂ ଘଟଣାରେ ୨ ଛାତ୍ର ଗିରଫ। ରାଗିଂ ଅଭିଯୋଗରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଅଭିଷେକ ନାହାକ ଓ ବବ୍‌ଲୁ ପଣ୍ଡାଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ। ଅନ୍ୟ ୩ ଛାତ୍ରଙ୍କୁ ଅଟକ ରଖାଯାଇଛି । ଗିରଫ ଦୁଇ ଛାତ୍ରଙ୍କୁ କଲେଜରୁ ବାହାର କରିବାକୁ କଲେଜକୁ ସୁପାରିଶ କରିଛି ପୋଲିସ । ନିଲମ୍ବନ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବ୍ରହ୍ମପୁର ଏସ୍‌ପି । ଏହି ଘଟଣାରେ କଲେଜର ଅନ୍ୟ ଛାତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ।.. ଅଭିଷେକ ନିଜର କିଛି ସହପାଠୀଙ୍କ ସହ ଜଣେ ଛାତ୍ରୀଙ୍କୁ ରାଗିଂ କରୁଥିବା ଭିଡିଓ ଭାଇରାଲ ହୋଇଥିଲା।

ଭିଡିଓ ଭାଇରାଲ ହେବା ପରେ ବଡ଼ବଜାର ଥାନା ପୋଲିସ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ ଅଭିଷେକକୁ କଲେଜରୁ ବହିଷ୍କାର କରିବାକୁ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ। ଖୁବଶୀଘ୍ର ରାଗିଂର ଶିକାର ଛାତ୍ରୀଙ୍କୁ ପୋଲିସ ତାଙ୍କ ଘରେ କାଉନସିଲ କରିବ ବୋଲି କୁହାଯାଇଛି। ଭାଇରାଲ ଭିଡିଓରେ ପ୍ରାୟ ୮ ରୁ ୧୦ ଜଣ ଛାତ୍ରଛାତ୍ରୀ ଜଣେ ଛାତ୍ରୀଙ୍କୁ ଘେରି ଛିଡା ହୋଇଥିବା ଦେଖାଯାଇଛି।

ସେମାନଙ୍କ ମଧ୍ୟରେ ଅଭିଷେକ ଉକ୍ତ ଛାତ୍ରୀଙ୍କୁ ରାଗିଂ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଏପରିକି ଜଣେ ଛାତ୍ରଙ୍କୁ ଉକ୍ତ ଛାତ୍ରୀଙ୍କ ହାତ ଧରିବାକୁ ବାଧ୍ୟ ମଧ୍ୟ କରୁଛନ୍ତି । ଆଉ ସମ୍ପୂର୍ଣ୍ଣ ଘଟଣାକୁ ଭିଡିଓ ରେକର୍ଡିଂ କରୁଛନ୍ତି । କିଛି ଛାତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ରହି କେବଳ ଦେଖୁଛନ୍ତି । ଅଥଚ କେହି ଏହାକୁ ବାରଣ କରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.