ଭୁବନେଶ୍ବର(କେନ୍ୟୁଜ୍): ପ୍ରଳୟଙ୍କାରୀ ବାତ୍ୟା ତିତିଲିକୁ ପୂରିଲା ଏକ ବର୍ଷ । ୨୦୧୮ ମସିହା ଆଜିର ଦିନରେ ତାଣ୍ଡବ ରଚିଥିଲା ତିତିଲି । ଆନ୍ଧ୍ରପ୍ରଦେଶର ପଲାସା ଓ ଗଜପତି ଜିଲ୍ଳାରେ ମହେନ୍ଦ୍ରଗିରି ପର୍ବତାଞ୍ଚଳରେ ତିତଲି ହିଟ କରିଥିଲା । ଫଳରେ ରାୟଗଡ ଓ ଗୋଷାଣୀ ବ୍ଲକର ୨୧ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଗଜପତି ଜିଲ୍ଳାରେ ୫୧ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରୁ ଅନାଥ ହୋଇଯାଇଥିବା ୭ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପୋଷ୍ୟ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ଗୋଷାଣୀ ବ୍ଲକ ଏସ ଉରୁଡ଼ା ଗ୍ରାମରେ ଥିବା ବିବେକାନନ୍ଦ ସେବାଶ୍ରମରେ ତିତଲି ପରଠାରୁ ରହିଛନ୍ତି। ତିତଲିର ବର୍ଷେ ପୂରିବା ନେଇ ସେମାନଙ୍କ ପରିସ୍ଥିତି ଦେଖିବା ସହ କଷ୍ଟ ଲାଘବ କରିବାକୁ ଜିଲ୍ଲାପାଳ ଅନୁପମ ସାହା ଅଚାନକ ପରିଦର୍ଶନ କରିଥିଲେ। ସେମାନଙ୍କ ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟ, ଶିକ୍ଷା ସେବା ସଂପର୍କରେ ପଚାରି ବୁଝିବା ସହ ପିଲାମାନଙ୍କ ସହ କ୍ୟାରମ ଖେଳିଥିଲେ। ସେହିପରି ତିତିଲିର ବର୍ଷେ ପରେ ମଞ୍ଜୁର ହୋଇଥିବା ଟଙ୍କାର ୯୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବା ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ବର ତମାଣ୍ଡୋ…
ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…
ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…
ପୁରୀ (କେନ୍ୟୁଜ): ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…
ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…