କୁହୁଡ଼ି ହେଲା କାଳ, ସାଙ୍ଗକୁ ଦେଖା କରି ଫେରିଲା ବେଳେ ବାଇକ୍‌ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଘନ କୁହୁଡି ଯୋଗୁଁ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ଲାଞ୍ଜିପଦରୁ ଜିରାଙ୍ଗ ଯିବା ରାସ୍ତାରେ। ମୃତ ଯୁବକ ଜଣକ ଗାରବନ୍ଧ ନିକଟସ୍ଥ ସୋବରା ନୂଆଗାଁର ସତ୍ୟରଞ୍ଜନ ମହାନ୍ତି । ବୟସ ମାତ୍ର ୨୧ ବର୍ଷ।
ରାୟଗଡ଼ ବ୍ଳକ ଅନ୍ତର୍ଗତ ଏସ.କରଡା ଗ୍ରାମରେ ତାଙ୍କର ଜଣେ ସାଙ୍ଗଙ୍କୁ ଦେଖା କରିବାକୁ ଯାଇ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣା ସ୍ଥଳରେ ହିଁ ସତ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଘନ କୁହୁଡ଼ି ଯୋଗୁଁ ରାସ୍ତା ଠିକ୍‌ ଭାବେ ଦେଖା ଯାଉନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସକାଳୁ ସକାଳୁ ରାୟଗଡ଼ ପୋଲିସ ଖବର ପାଇ ମୃତ ଶରୀରକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.