ଅଠରନଳା ପୁରୁଣା ପୋଲ ଉପରେ ଅଘଟଣ, ନଈକୁ ଖସି ପଡି ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀର ପ୍ରବେଶ ପଥ ଅଠରନଳା ମୂଷା ନଈକୁ ଖସି ପଡି ଯୁବକଙ୍କ ମୃତ୍ୟ । ଖବର ପାଇଁ ତୁରନ୍ତ ଅଗ୍ନିଶମ ବିଭାଗର ଆଗ୍ନିକ ଘଟଣାସ୍ଥଳରେ ପହଁଚି ଅକ୍ଲାନ୍ତ ପରିଶ୍ରମ କରି ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।

ଖବର ଅନୁଯାୟୀ, ମୃତ ଯୁବକ ଜଣଙ୍କ ମୂଷା ନଈ ପୋଲ ଉପରେ ବସିଥିଲେ । ହଠାତ୍‌ ଅସାବଧାନତାରୁ ଯୁବକ ଜଣଙ୍କ ପୋଲ ତଳକୁ ଖସିପଡିଥିଲେ । ଯାହାର ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।

ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କର କୌଣସି ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି ।

Also read: ବିରଜା କ୍ଷେତ୍ର ଯାଜପୁରରେ ରହିଛି ସତର ନଳା, ଜାଣନ୍ତୁ ଏହାର କିମ୍ବଦନ୍ତୀ