ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଗାଁରେ ଉତ୍ତେଜନା
ବାଙ୍କୀ ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ଅଘଟଣ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ହେଲେ ଗୟଳ ବାଙ୍କ ଗାଁର ରଞ୍ଜନ କୁମାର ସାହୁ ।

ବାଙ୍କୀ (କେନ୍ୟୁଜ): ବାଙ୍କୀ ଡମପଡ଼ା -ଚନ୍ଦକା ଅଭୟାରଣ୍ୟରେ ଅଘଟଣ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ହେଲେ ଗୟଳ ବାଙ୍କ ଗାଁର ରଞ୍ଜନ କୁମାର ସାହୁ ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହାତୀ ଫସଲ ଖାଇବାକୁ ଗୟଳ ବାଙ୍କ ଗାଁର ପଶିଥିଲେ । ରାତି ପ୍ରାୟ ସାଢେ଼ ୧୧ଟା ବେଳକୁ ହାତୀକୁ ଘଉଡାଇବାକୁ ରଞ୍ଜନ ବାହାରକୁ ଆସିଥିଲେ । ଏହି ସମୟରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଏପିରିକି ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳକୁ ନିକଟସ୍ଥ ଭଗିପୁର ବନ ବିଭାଗର କର୍ମଚାରୀ ନ ଆସିବାରୁ ଉତ୍ତ୍ୟକ୍ତ ଗ୍ରାମ ବାସୀ ମାନେ ଶବ ଧରି ଗାଁ ଭିତରକୁ କୌଣସି ବନ ବିଭାଗ କର୍ମଚାରୀଙ୍କୁ ନଛାଡ଼ିବାକୁ ଉତ୍ତେଜନା ଲାଗି ରହିଛି ।