ରାଜ୍ୟରେ ଆଳୁ ପରେ ଏବେ ଉପର ମୁହାଁ ପିଆଜ ଦର, ଅସନ୍ତୋଷ ଖାଉଟି

କଟକ : ଆଳୁ ପରେ କନ୍ଦାଉଛି ପିଆଜ । ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ । କଟକ ଛତ୍ର ବଜାରରେ ଏବେ ପିଆଜର ଖୁଚୁରା ଦର କିଲୋ ପିଛା ୫୦ ଟଙ୍କା ରହିଛି । ପିଆଜର ଦରବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି । ସ୍ଥିତିରେ ତୁରନ୍ତ ସୁଧାର ନଆସିଲେ ପିଆଜ ଦର ଶହେ ଛୁଇଁବାକୁ ବେଶୀଦିନ ଲାଗିନପାରେ । ସେହିପରି ଖୁଚୁରା ବଜାରରେ ରସୁଣ କେଜି ୨୭୦ରୁ ୩୦୦ ଟଙ୍କା ରହିଛି । ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି ।
ସେପଟେ ଆଳୁ ପରେ ଓଡିଶାରେ ପିଆଜ ମାରିଛି ଅର୍ଦ୍ଧ ଶତକ । ଗରିବ ଓ ମଧ୍ଯବିତ୍ତଙ୍କୁ ଆଳୁ ପରେ କନ୍ଦାଉଛି ପିଆଜ । ପଖାଳ କଂସାରୁ ଆଳୁ ପରି ଗାଏବ ହେଉଛି ପିଆଜ । ବଜାରରେ ଆଳୁ ଓ ପିଆଜ ଦରରେ ସତେ ଯେମିତି ଲାଗିଛି ରେସ୍ । ଆଳୁ ୪୦କୁ ପିଆଜ ୫୦ ହେଲେ କିଣିବାକୁ ନାହାନ୍ତି ଗ୍ରାହକ । କେବଳ କଟକ ନୁହେଁ, ଓଡିଶାରେ ପିଆଜ ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।