ବଢି ଚାଲିଛି ପିଆଜ ଦର

onionଭୁବନେଶ୍ବର: ସପ୍ତାହକ ମଧ୍ୟରେ ଦର ୨୦ରୁ ବଢି ୨୫ ଟଙ୍କାରେ ପହଞ୍ଚିଛି। ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆନ୍ଧ୍ରରୁ ପିଆଜ ଆସିଲେ ୧୦ରୁ ୧୫ଦିନ ମଧ୍ୟରେ ଦର କମିବ ବୋଲି ସମୀକ୍ଷା କରି ଯୋଗାଣ ମନ୍ତ୍ରୀ ସୂର୍ୟ୍ୟ ପାତ୍ର ସୂଚନା ଦେଇଛନ୍ତି।

ନାସିକରୁ ସାରାଦେଶକୁ ପିଆଜ ଆସୁଛି। ସେଠି ପିଆଜ ଦର ୧୨ରୁ ୧୩ ଟଙ୍କା ରହିଛି। ପରିବହନ ଖର୍ଚ୍ଚ ୪ଟଙ୍କା ମିଶି ଏହା ୧୮ଟଙ୍କା ହେଉଛି। ବର୍ତ୍ତମାନ ଦିଲ୍ଲୀରେ ପିଆଜ ଦର ରହିଛି ୩୦ଟଙ୍କା। ସେହିଭଳି କୋଲକାତାରେ ୨୫,ଚେନ୍ନାଇରେ ୨୪ ଓ ମୁମ୍ବାଇରେ ଦର ୨୯ ଟଙ୍କା ରହିଛି। କଟକରେ ହୋଲସେଲ ବ୍ୟବସାୟୀ ୫ଶହ କ୍ୱିଣ୍ଟାଲ ରଖିବେ। ଅନ୍ୟ ୫ ସହରରେ ୩୫୦ କ୍ୱିଣ୍ଟାଲ ରଖିପାରିବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.