ଖୁବ ଶୀଘ୍ର କମିବ ପିଆଜ ଦର, ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ପୁଣି କନ୍ଦାଇଲାଣି ପିଆଜ ଦର ।  ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି ।  କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ ଆଳୁ ପିଆଜ ଦର ଖାଉଟିଙ୍କୁ ହନ୍ତସନ୍ତ କରିଛି ।

ସେପଟେ ପିଆଜ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦେଶର ବହୁ ସ୍ଥାନରେ ପ୍ରବଳ ବର୍ଷା ଫଳରେ ପିଆଜ ଫସଲ ନଷ୍ଟ ହୋଇଛି ।  ଫଳରେ ବଜାରକୁ କମ୍ ପିଆଜ ଆସୁଛି ।  ସାରା ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।  ତେବେ ଏହି ଅବସ୍ଥା କମ ଦିନ ରହିବ ବୋଲି ସେ କହିଛନ୍ତି ।  ସଙ୍କଟର ସମାଧାନ ପାଇଁ ସରକାର ଏବେ ଆଳୁ ମିଶନ, ପିଆଜ ମିଶନ ଭଳି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like