ଜରାଜୀର୍ଣ୍ଣ ଅବସ୍ଥାରେ ପିଆଜ ଗୋଦାମ, କମ ଦାମରେ ପିଆଜ ବିକି କ୍ଷତି ସହୁଛନ୍ତି ଚାଷୀ

ପିଆଜ ଚାଷ ପାଇଁ ବଙ୍ଗୋମୁଣ୍ଡା ବ୍ଲକ ସାରା ଓଡ଼ିଶାରେ ପରିଚିତ । ସରକାର ଚାଷ ଏବଂ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଚାଷୀ ଅମଳ ହୋଇଥିବା ଶସ୍ୟକୁ ରଖିବା ପାଇଁ କରିଛନ୍ତି ଶୀତଳ ଭଣ୍ଡାର ସହ ଏକାଧିକ ଗୋଦାମ ଗୃହ । ପିଆଜ ହେଲେ ଚାଷ ପାଇଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକରେ ୨ଟି ପିଆଜ ଗୋଦାମ ନିର୍ମାଣ କରିଥିଲେ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଚାଷୀଙ୍କ କୌଣସି କାମରେ ଆସୁନାହିଁ । ରକ୍ଷଣା ବେକ୍ଷଣ ଅଭାବ ଯୋଗୁ ଏହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ତେଣୁ ଏହା ଚାଷୀଙ୍କ କୌଣସି କାମରେ ଆସୁନାହିଁ ।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଆଜ ଚାଷୀମାନଙ୍କ ପାଇଁ ପିଆଜ ଗୋଦାମ ତିଆରି କରାଯାଇଛି । ଯେଉଁ ଉଦ୍ଦେଶ୍ୟରେ ଏହା ତିଆରି ହୋଇଥିଲା ତାହା କାର୍ଯ୍ୟକାରୀ ହେଉନାହିଁ । ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଭୂତକୋଠି ପାଲଟି ଗଲାଣି ଏହି ଗୋଦାମ ଗୃହ । ଏମିତି ଗୋଦାମ ଗୃହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକର ୨ଟି ସ୍ଥାନ ସିନ୍ଧେକେଲା ଓ ବଙ୍ଗୋମୁଣ୍ଡା ଆରଏମସି ଠାରେ ତିଆରି ହୋଇଛି । ହେଲେ ପିଆଜ ଚାଷୀମାନେ ଅମଳ ସମୟରେ ସଂରକ୍ଷଣର କୌଣସି ସୁବିଧା ନହେବାରୁ ୫ଟଙ୍କା ୧୦ଟଙ୍କା କିଲୋ ପ୍ରତି ବିକ୍ରି କରିଦେଇଥାନ୍ତି । ବାଧ୍ୟ ହୋଇ କମ ଦାମରେ ପିଆଜ ବିକ୍ରି କରି କ୍ଷତି ସହୁଛନ୍ତି ।
ବଙ୍ଗୋମୁଣ୍ଡା ବ୍ଲକର ବୋରୋବାହାଲ, କପିଲାଭାଟା, ଅସୁର୍ଲା, ସନ୍ଧିସର, ଭାଲୁମୁଣ୍ଡା, ତୁରେକେଲା, ସିନ୍ଧେକେଲା , ବୁଢିବାହାଲ, ଗନ୍ଧର୍ଲା, ତୁରେକେଲା , ଯାମଖୁଣ୍ଟା ସହ ଅନେକ ଗାଁରେ ପିଆଜ ଚାଷ ହୋଇଥାଏ । ଏଠାକାର ପିଆଜ ଉନ୍ନତମାନର ହୋଇଥିବା ବେଳେ ରାଜ୍ୟ ବାହାରକୁ ମଧ୍ୟ ବିକ୍ରି ପାଇଁ ଯାଇଥାଏ । କିନ୍ତୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା ବେଳେ ନିଜ ପିଆଜ ତାଙ୍କୁ ଅଧିକ ଦରରେ କିଣିବାକୁ ପଡୁଥିବା କହୁଛନ୍ତି । ତେବେ ଏନେଇ ଆମେ ଟିଟିଲାଗଡ ଉପଜିଲ୍ଲାପାଲଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ଚାଷୀଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯିବ ବୋଲି କହିଥିଲେ ।
ଚାଷୀ ଦାଦନ ଖଟି ଯିବା ପରିବର୍ତ୍ତେ ଏଠି ରହି ଦୁଇ ପଇସା ମିଳିବା ଆଶାରେ ନିଜ ଚାଷ କାମ ଆରମ୍ଭ କରୁଛନ୍ତି । ହେଲେ ଠିକ ପିଆଜ ଅମଳ ସମୟରେ ପିଆଜ ରଖିବା ସ୍ଥାନ ନଥିବା ଯୋଗୁ ଚାଷୀ ଶାଗ ମାଛ ଦରରେ ନିଜ ଅମଳ କରିଥିବା ଫସଲ ବିକ୍ରି କରିଦେଉଛନ୍ତି ।