ଦିଲ୍ଲୀରେ ଘର; ଭୁବନେଶ୍ବରରେ ଖେଳ, ଅନଲାଇନ ବେଟିଂରେ କରୁଥିଲେ ଲକ୍ଷଲକ୍ଷ ଟଙ୍କା ରୋଜଗାର
ଦିଲ୍ଲୀରେ ଘର, ଭୁବନେଶ୍ବରରେ ଖେଳ । ଅନଲାଇନ ବେଟିଂରେ କରୁଥିଲେ ଲକ୍ଷଲକ୍ଷ ଟଙ୍କା ରୋଜଗାର । ଭୁବନେଶ୍ବରରେ ବେଆଇନ ଅନଲାଇନ୍ ଗେମିଂ ଆପ୍ ମାମଲାରେ ଦିଲ୍ଲୀ ସମେତ ବାହାର ରାଜ୍ୟକୁ ଯିବ କମିଶନରେଟ ପୋଲିସର ଟିମ୍ । ଦିଲ୍ଲୀର ସ୍ପେଶାଲ୍ ସେଲ ସହ ଯୋଗାଯୋଗ କରିଛି ଟିମ।
ଏହା ସହ ବିଭିନ୍ନ ବ୍ୟାଙ୍କକୁ ଚିଠି ଲେଖିଛି କମିଶନରେଟ ପୋଲିସ। ଏହି ଗେମିଂ ଲିଙ୍କରେ ବହୁ ସ୍କାମଷ୍ଟର ରହିଥିବା ଜଣାପଡିଛି। ତଦନ୍ତ ବେଳେ ଛଅ ଲକ୍ଷରୁ ଅଧିକ ଟଙ୍କା ଗୋଟିଏ ଆକାଉଣ୍ଟରେ ଥିବା ସୂଚନା ମିଳିଛି । ଏହି ଆକାଉଣ୍ଟ କୁ ଫ୍ରିଜ୍ କରିଛି ପୋଲିସ। ଗତ କାଲି ୪ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା ପୋଲିସ । ୪ ଜଣ ଗିରଫ ଅଭିଯୁକ୍ତ ଦିଲ୍ଲୀର । ଭୁବନେଶ୍ବରର ଏକ ଆପାର୍ଟମେଣ୍ଟର ଭଡାଘରେ ଦୀର୍ଘ ୬ମାସ ହେବ ଚାଲିଥିଲା ଗେମିଂ ଆପ୍ କଲ୍ ସେଣ୍ଟର ।