ଅନ୍ଲାଇନ୍ ଚିଟଫଣ୍ଡ ଠକେଇ: ଡିଜିଟାଲ ରିଭୋଲୋସନ ଟେକ୍ନୋଲୋଜି ମୁଖ୍ୟ ପ୍ରିନ୍ସ କୁମାର ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଅନଲାଇନ୍ ଚିଟଫଣ୍ଡ ଠକେଇ ଘଟଣାରେ ଡିଜିଟାଲ ରିଭୋଲୋସନ ଟେକ୍ନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାର ଗିରଫ। ବୃନ୍ଦାବନରୁ ପ୍ରିନ୍ସ କୁମାରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।
୨୦୨୦ ମାର୍ଚ୍ଚରୁ ପ୍ରିନ୍ସ ଓ ତାଙ୍କ କମ୍ପାନୀ ବହୁ ଜମାକାରୀଙ୍କୁ ଠକିନେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଜମାକାରୀଙ୍କ ଟଙ୍କା ଲୁଟିଥିଲା ଏହି ସଂସ୍ଥା। ଓଡ଼ିଶାରୁ ଦେଢ଼ କୋଟି ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି। ଏହି ଠକ ସଂସ୍ଥା ଇ-କମର୍ସ ୱେବସାଇଟ୍ ମୋବାଇଲ ପେମେଣ୍ଟ ପ୍ଲାଟଫର୍ମ ଓ ୟୁଟ୍ୟୁବ୍ ମାଧ୍ୟମରେ ଲୋକଙ୍କ ଠାରୁ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି। ସୋସିଆଲ ମିଡ଼ିଆରେ କମ୍ପାନୀ ପ୍ରଚାର ପ୍ରସାର କରୁଥିବା ଜଣାଯାଇଛି।
Also Read: କଟକରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍