ରାଜ୍ୟ

ହଜାରେ ଟଙ୍କା ଜମାରେ ମାସକୁ ୯୯୪ ଟଙ୍କାର ସୁଧ ମିଳିବ କହି ଠକି ନେଲେ ୬୦ କୋଟି

ଅନଲାଇନରେ ଚିଟଫଣ୍ଡ ଠକେଇ । ହଜାରେ ଟଙ୍କା ଜମାରେ ମାସକୁ ମିଳିବ ୯୯୪ ଟଙ୍କାର ସୁଧ । ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି । କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ୱେବସାଇଟ ପ୍ରସ୍ତୁତ କରି ଏଭଳି ଆକର୍ଷଣୀୟ ସୁଧ ମିଳିବ ବୋଲି ଲୋକଙ୍କୁ ପ୍ରଭାବିତ କରି ବଡ ଧରଣର ଠକେଇ କରିବାରେ ସକ୍ଷମ ହୋଇଛି । ଏଥିରେ ଏକ ନିର୍ଦ୍ଧିଷ୍ଟ ଇନ୍ସୁରାନ୍ସ ସଂସ୍ଥା ଗ୍ୟାରେଣ୍ଟର ପଡିଥିଲେ । http//www.camvip.in ୱେବସାଇଟରେ ନିଜର ମୋବାଇଲ ନମ୍ବର ଓ ଆଧାର କାର୍ଡ ନମ୍ବର ଦେଇ ଆକାଉଣ୍ଟ ଖୋଲିବାକୁ କୁହାଯାଇଥିଲା । ଜମା ହେଉଥିବା ଟଙ୍କା ସୁଧ ମୂଳ ମିଶି ମାସ ଶେଷରେ ଆସୁଥିଲା । ଏହି ଟଙ୍କା ଯାଇ ନାଇଜେରିଆରେ ପ୍ଲଟ କିଣିବା ଅଷ୍ଟ୍ରେଲିଆରେ କନଷ୍ଟ୍ରକସନ କାମ ଓ ଆଫ୍ରିକାରେ ପିଇବା ପାଣି କାମରେ ନିୟୋଜିତ ହେଉଥିଲା ବୋଲି ଦର୍ଶାଯାଇଥିଲା ।

ଫଳରେ ଜମାକାରୀ ସହଜରେ ବିଶ୍ୱାସ କରୁଥିଲେ । ଯେଉଁ ବ୍ୟକ୍ତି ୱେବସାଇଟ ଲିଙ୍କ ଅନ୍ୟକୁ ପଠାଉଥିଲେ | ସେ ଆକାଉଣ୍ଟ ଖୋଲିବା କ୍ଷଣି ଏହି ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ଆସି ଯାଉଥିଲା । ୭/୮ ମାସ ଏଭଳି ବ୍ୟବସାୟ କରି ସଂପୃକ୍ତ ସଂସ୍ଥା ୬୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା କିଛି ଯୁବକ । କଟକ, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଞ୍ଜ, ରାଉରକେଲା ପର୍ଯ୍ୟନ୍ତ ଲମ୍ବିଛି କ୍ଷତିଗ୍ରସ୍ତଙ୍କ ତାଲିକା । ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲ ଘଟଣାର ତଦନ୍ତ କରୁଛି ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

5 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

39 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

47 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago