ରାଜ୍ୟ

ବଢୁଛି ଅନଲାଇନ୍ ଠକେଇ: ହ୍ଵାଟ୍ସଆପରେ ଲିଙ୍କ ପଠାଇ ଲୁଟି ନେଲେ ୧୪ ଲକ୍ଷ, ବ୍ୟାଙ୍କ ମ୍ୟାନେଜର ସମେତ ୪ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ହ୍ଵାଟ୍ସଆପରେ ଲିଙ୍କ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ । କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍‌ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ । ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଠାବ କରିଛି । ଅନଲାଇନରେ ୧୪ ଲକ୍ଷ ଠକେଇ। ୧୪ ଲକ୍ଷ ଚୂନ ମାରିଥିବା ୪ ସାଇବର ଠକ ଗିରଫ ।

ସେମାନେ ହେଲେ ବିବେକାନନ୍ଦ ମଲିକ, ସପନ କୁମାର ଦଳେଇ , ସୁନିଲ କୁମାର ଦାସ ଓ ବିଜନ କୁମାର ପଣ୍ଡା । ସମସ୍ତଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ୪ ଜଣଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ସିଜ କରିଛି ସାଇବର ପୋଲିସ। ସେମାନଙ୍କ ପାଖରୁ ୧୦ଟି ଏଟିଏମ, ୫ଟି ପାସ୍‌ ବୁକ, ଗୋଟିଏ ଲାପଟପ, ୪ଟି ମୋବାଇଲ, ୭ଟି ଚେକ୍‌ ବୁକ ସହ ଗୋଟିଏ ଜିଓ ସିମ ଜବତ ହୋଇଛି। ରାଜଧାନୀ ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁଙ୍କୁ ୧୪ ଲକ୍ଷ ଟଙ୍କାର ଚୂନ ମାରିଥିଲେ ୪ ସାଇବର ଠକ। ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ। ତେବେ ଏହି ଠକେଇ ସେମାନଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ସିଜ କରିଛି ସାଇବର ପୋଲିସ। ସାଇବର ଅପରାଧ ପ୍ରତି ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ ।

 

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago