ଲକ୍‌ଡାଉନ୍‌ ପରେ ରାଜ୍ୟ ବାହାରୁ ଫେରିବାକୁ ଚାହୁଁଛନ୍ତି କି? ପ୍ରଥମେ କରିବାକୁ ପଡିବ ଅନଲାଇନରେ ପଞ୍ଜିକରଣ, ଜାଣନ୍ତୁ କେମିତି

ଭୁବନେଶ୍ବର: ଲକ୍‌ଡାଉନ୍‌ ପରେ ରାଜ୍ୟ ବାହାରୁ ଫେରିବାକୁ ଚାହୁଁଛନ୍ତି କି? ଲକଡାଉନ ଉଠିବା ପରେ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଯିଏ ବି ବାହାରୁ ଆସିବେ ସେମାନେ ପଞ୍ଜିକରଣ କରିବାକୁ ବାଧ୍ୟ । ଏଥିପାଇଁ ଓଡ଼ିଶା ସରକାରଙ୍କ covid19 ପୋର୍ଟାଲରେ ଦେବାକୁ ପଡ଼ିବ ସବିଶେଷ ତଥ୍ୟ । ଆଜିଠୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । କିପରି କରିବେ ଅନ୍‌ଲାଇନ୍‌ r ।

ଆସନ୍ତୁ ନଜର ପକାଇବା :

-ଏଥିପାଇଁ ପ୍ରଥମେ covid19.odisha.gov.in ୱେବସାଇଟକୁ ଖୋଲିବା ପରେ କିଛି ସର୍ତ୍ତାବଳୀ ଓ ଚୁକ୍ତିନାମା ଆସିବ । ଏହାକୁ ପଢ଼ିବା ପରେ ହଁ କିମ୍ବା ନାଁରେ କ୍ଲିକ କରିବାକୁ ହେବ ।

-ହଁ କରିବା ପରେ ଆଗକୁ ବଢ଼ିବେ । ସଂପୂର୍ଣ୍ଣ ବ୍ୟକ୍ତିଗତ ସୂଚନା ଦେବେ । ଜଣେ ନିଜ ପାଇଁ କିମ୍ବା ସ୍ଥାନୀୟ ଯୋଗାଯୋଗ ପାଇଁ ସୂଚନା ଦେବେ ।

-ଫର୍ମରେ ଥିବା ଭ୍ରମଣକାରୀ ବର୍ଗ ଚୟନ କରି ଭ୍ରମଣକାରୀଙ୍କ ନାଁ, ବୟସ, ଲିଙ୍ଗ, ଯାତ୍ରୀଙ୍କର ମୋବାଇଲ ନମ୍ବର, ଆଧାର ନଂ ଓ ବର୍ତ୍ତମାନ ଓଡ଼ିଶା ବାହାରେ ଅବସ୍ଥାନ ସଂପର୍କରେ ସଠିକ ତଥ୍ୟ ଉଲ୍ଲେଖ କରିବାକୁ ପଡ଼ିବ ।

-ଏହାପରେ ଓଡ଼ିଶାରେ ନିଜ ଠିକଣା ଯଥା ଜିଲ୍ଲା, ବ୍ଲକ କିମ୍ବା ପୌରାଞ୍ଚଳ, ଗ୍ରାମ ପଞ୍ଚାୟତ/ୱାର୍ଡ ନଂ, ଗାଁ ଠିକଣା ଦେବାକୁ ହେବ । ଏଥିସହ ଓଡ଼ିଶାରେ ରହୁଥିବା ଯୋଗାଯୋଗ ବ୍ୟକ୍ତିଙ୍କ ବିବରଣୀରେ ବ୍ୟକ୍ତିଙ୍କ ନାଁ ଓ ଫୋନ ନମ୍ବର ଉଲ୍ଲେଖ କରିବାକୁ ହେବ ।

-ଶେଷରେ ମୁଁ ଘୋଷଣା କରୁଛି ଯେ ମୋ ଦ୍ୱାରା ପ୍ରଦାନ କାରଯାଇଥିବା ସୂଚନା ମୋ ଜ୍ଞାତସରାରରେ ସଠିକ ଓ ମୁଁ ଜାଣିଛି ଯେ, ମୁଁ ଓଡ଼ିଶା ଫେରିଲେ ମତେ ୧୪ ଦିନର ବାଧ୍ୟତାମୂଳକ ସଙ୍ଗରୋଧରେ ରହିିବାକୁ ପଡ଼ିବାକୁ ସଂପର୍କିତ ବକ୍ସରେ କ୍ଲିକ କରି ଫର୍ମ ଦାଖଲ କଲେ ନାଁ ପଞ୍ଜିକରଣ ହୋଇଯିବ ।

Leave A Reply

Your email address will not be published.