ଆମେରିକାରୁ ଭାରତରେ ପହଞ୍ଚିହେବ ମାତ୍ର ୩୦ମିନିଟରେ, ସ୍ବପ୍ନ ନୁହେଁ, ଏଲନ ମସ୍କଙ୍କ ପରିକଳ୍ପନା

ଆମେରିକାରୁ ଭାରତରେ ପହଞ୍ଚିବେ ମାତ୍ର ୩୦ମିନିଟରେ । ଏମିତି ଅସମ୍ଭବ ପରିକଳ୍ପନାକୁ ନେଇ ପୁଣି ଚର୍ଚ୍ଚାରେ ବିଶିଷ୍ଟ ଉଦ୍ୟୋଗପତି ଏଲନ ମସ୍କ । ଭବିଷ୍ଯତରେ ଗୋଟିଏ ମହାଦେଶରୁ ଆଉ ଗୋଟିଏ ମହାଦେଶକୁ ଯାତ୍ରା କରିବାକୁ ଅଲଟ୍ରା ଫାଷ୍ଟ ଟ୍ରାଭେଲ ଟେକନିକ ଉପରେ ବିଚାର କରୁଛନ୍ତି ଏଲନ ମସ୍କ ।
ସ୍ପେଶ ଏକ୍ସର ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଷ୍ଟାରସିପ ରକେଟ ବିଶ୍ବର ସବୁଠୁ ଶକ୍ତିଶାଳୀ ଓ ଦ୍ରୁତ ଯାତ୍ରୀ ପରିବହନ ବ୍ଯବସ୍ଥା ହେବ । ଯେଉଁଥିରେ ଗୋଟିଏ ମହାଦେଶରୁ ଆଉ ଗୋଟିଏ ମହାଦେଶକୁ ମାତ୍ର କିଛି ମିନିଟ ଭିତରେ ପହଞ୍ଚିହେବ । ଷ୍ଟାରସିପ ରକେଟ ଦ୍ବାରା ଦିଲ୍ଲୀରୁ ସାନଫ୍ରାନସିସକୋ ୩୦ ମିନିଟ , ଲସ ଆଞ୍ଜେଲେସରୁ ଟରଣ୍ଟୋ ୨୪ ମିନିଟ, ଲଣ୍ଡନରୁ ନ୍ୟୁୱର୍କ ୨୯ ମିନିଟ ଓ ନ୍ୟୁୱର୍କରୁ ସାଂଘାଇ ମାତ୍ର ୩୯ ମିନିଟରେ ପହଞ୍ଚିହେବ ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏଲନ ମସ୍କଙ୍କ ଯୁଗାନ୍ତକାରୀ ଚିନ୍ତାଧାରା ବିଜ୍ଞାନ ଜଗତକୁ ଚମତ୍କୃତ କରିଛି । ଏବେ ପୁଣି ଷ୍ଟାରସିପ ରକେଟ ପ୍ରୋଗାମକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଏଲନ ମସ୍କ ।