ବିଏମସିର କଟକଣା: ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ, ପ୍ରତି ଲୋକଙ୍କ ମଧ୍ୟରେ ରହିବ ୬ ଫୁଟ୍ ବ୍ୟବଧାନ

ଭୁବନେଶ୍ବର(କେନ୍ଯୁଜ୍): ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ଅନୁମତି । ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ୍‌ ଟିକା ନେଇଥିଲେ, ସେମାନଙ୍କୁ ହିଁ ଚର୍ଚ୍ଚକୁ ଭିତରକୁ ପ୍ରବେଶ ପାଇଁ ଅନୁମିତି ଦିଆଯିବ । ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ ଭିତରକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି ।

ଏହାଛଡ଼ା ପ୍ରତି ଚର୍ଚ୍ଚ ନିକଟରେ ବିଏମସି ପକ୍ଷରୁ ରାପିଡ଼ ଆଣ୍ଟିଜେନ୍‌ ଟେଷ୍ଟିଂ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ, ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବ ବୋଲି ବିଏମସି କହିଛି । ପ୍ରତି ଲୋକଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ନିୟମକୁ କଡ଼ାକଡ଼ି ଯାଞ୍ଚ କରାଯିବ । ଚର୍ଚ୍ଚ ମଧ୍ୟରେ ଥିବା ସମସ୍ତ ଶ୍ରଦ୍ଧାଳୁ କୋଭିଡ ନିୟମ ପାଳନ କରିବା ସହ ମାସ୍କ ପରିଧାନ କରିବେ ବୋଲି ଗାଇଡଲାଇନ୍‌ ଜାରି କରିଛି ବିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.