ତେଜସ୍ୱିନୀ ଉଦଘାଟିତ : ଟିପିଡବ୍ଲ୍ୟୁଡିଏଲ୍ ଉଦିତ ନଗର ଅଫିସରେ କେବଳ ମହିଳା କର୍ମଚାରୀ

ରାଉରକେଲା : ନାରୀ ସଶକ୍ତିକରଣର ଏକ ଅନନ୍ୟ ପ୍ରୟାସ । ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଡିଏଲ୍) ରାଉରକେଲା ସହରରେ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛି । ଉଦିତନଗର ବିଦ୍ୟୁତ୍ ଉପଖଣ୍ଡକୁ ଆନୁଷ୍ଠାନିକ ଭାବେ କେବଳ ମହିଳା କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି ।ସମାଜରେ ନାରୀଶକ୍ତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଅବସରରେ ଆଜି ରାଉରକେଲା ସହର ସ୍ଥିତ ଟିପିଡବ୍ଲ୍ୟୁଡିଏଲର ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଯୋଗଦେଇ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଟିପିଡବ୍ଲ୍ୟୁଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ କୁମାର ବର୍ମା ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

TPW-2

ଏହି ଅଗ୍ରଗାମୀ ଚିନ୍ତାଧାରା କର୍ମକ୍ଷେତ୍ରରେ ମହିଳାଙ୍କୁ ଅଧିକ ସଶକ୍ତ କରିବାରେ ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ମହିଳାମାନେ ସେମାନଙ୍କର ବୃତ୍ତିଗତ ଭୂମିକାକୁ ଉନ୍ନତ ଏବଂ ଉତ୍କର୍ଷ କରିପାରିବେ ।
ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ ଅଧିନରେ ଆସୁଥିବା ସମସ୍ତ ବିଦ୍ୟୁତ୍ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନେ ବିଦ୍ୟୁତ୍ ବିତରଣର ଭାର ବହନ କରିବେ । ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟଳୟର ଉପଖଣ୍ଡ ଯନ୍ତ୍ରୀଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ୪ଟି ସେକ୍ସନ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ, କମର୍ସିଆଲ୍ ଅଫିସର୍ ତଥା ଅନ୍ୟନ୍ୟ କର୍ମଚାରୀମାନେ ମଧ୍ୟ ଜଣେ ଜଣେ ମହିଳା । ତେଣୁ ଉଦିତନଗର ବିଦ୍ୟୁତ୍ ଉପଖଣ୍ଡ ଏହି ନୂତନ ମହିଳା ଟିମର ନାମ ତେଜସ୍ୱିନୀ ରଖା ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.