ରାଜଧାନୀରେ ଥମୁନି ଲୁଟେରା ଆତଙ୍କ : ମାରଣାସ୍ତ୍ର ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟି ନେଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ବର (କେନ୍ଯୁଜ୍): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ଖଣ୍ଡା ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟିନେଲେ ମୋବାଇଲ ଓ ସୁନା ମୁଦି । ନୟାପଲ୍ଲୀ ଥାନା ଠାରୁ ମାତ୍ର ୧୦୦ ମିଟରରେ ଦୂରରେ ଲୁଟ୍ ହୋଇଛି । କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟରଞ୍ଜନ ସେଠୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଇଛନ୍ତି ଲୁଟେରା । ଗତକାଲି ରାତି ୧୧ଟାରେ ଅଫିସ୍ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଅଟକାଇଥିଲେ ଦୁର୍ବୃତ୍ତ।
ପରେ ଦୁଇ ମୋବାଇଲ ନେଇଯିବା ସହ ହାତରୁ ସୁନା ମୁଦି ଖୋଲିବାକୁ କହିଥିଲେ । ସୌମ୍ୟରଞ୍ଜନ ମୁଦି ଦେବାକୁ ମନା କରିବାରୁ ହାତ କାଟି ମୁଦି ଲୁଟିନେଇଛନ୍ତି ଲୁଟେରା । ଲୁଟ୍ ଘଟଣା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସୌମ୍ୟରଞ୍ଜନ । ଅଭିଯୋଗ ପରେ ଘଟଣାର ତଦନ୍ତ ଚଲାଇଛି ନୟାପଲ୍ଲୀ ଥାନା ପୋଲିସ।