ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ

ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ । ମାଲକାନଗିରି ଜିଲ୍ଲାର କିଛି ଯୁବତୀ ମିଶି ଖୋଲିଛନ୍ତି ଏକ ଖୋଲା ଲାଇବ୍ରେରୀ । ମାଲକାନଗିରି ଆର୍ଟସ କଲେଜ ନିକଟରେ ଏକ ରାସ୍ତା କଡ଼ରେ ଏହି ଲାଇବ୍ରେରୀ ଖୋଲିଛନ୍ତି । ଦୀପାବଳି ଦିନ ଏହି ଲାଇବ୍ରେରୀକୁ ଖୋଲାଯାଇଥିଲା ।

ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଦିଆଯାଇଥିବା ବହିକୁ ସଜେଇ ରଖାଯାଇଛି ଏହି ଲାଇବ୍ରେରୀରେ । ଲାଇବ୍ରେରୀଟି ସକାଳ ୬ ଟାରୁ ୧୧ ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ ଟାରୁ ୯ ଟା ପର୍ଯ୍ୟନ୍ତ ଖୋଲା ରୁହେ । ଚାରି ଜଣ ଯୁବତୀଙ୍କ ଦ୍ୱାରା ପରିଚାଳିତ ହେଉଛି ଏହି ଖୋଲା ଲାଇବ୍ରେରୀ ।

 

Leave A Reply

Your email address will not be published.