ପେଟ୍ରୋଲ ପମ୍ପରେ ଡ଼କାୟତଙ୍କ ଆତଙ୍କରାଜ, ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଛଡ଼ାଇନେଲେ ଟଙ୍କା ବ୍ୟାଗ୍

ତାଳଚେର: ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ । ଖଣ୍ଡା ଏବଂ ବନ୍ଧୁକ ମୁନରେ ହେଉଛି ଲୁଟତରାଜ । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟେରା ମାନେ କରୁଛନ୍ତି ଲୁଟ । ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରୁ ୪ ଦୃର୍ବୁତ୍ତ ମୁଖା ପିନ୍ଧି ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଛଡ଼ାଇନେଲେ ଟଙ୍କା ବ୍ୟାଗ୍ । ପ୍ରାୟ ଅଧଘଣ୍ଟା ଧରି ଖେଳାଇଥିଲେ ଚାଞ୍ଚଲ୍ୟ ।

ହାତରେ ଖଣ୍ଡା ଓ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ ଭିତରେ ଖେଳାଇଥିଲେ ଆତଙ୍କ ।  ଯାହାକୁ ନେଇ ଭୟଭୀତ ଅବସ୍ଥାରେ ପେଟ୍ରୋଲ ପମ୍ପର ସମସ୍ତ କର୍ମଚାରୀ ।  ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ ମାନେ କରୁଛନ୍ତି ଲୁଟ ।  ତେବେ ଡକାୟତିର ଘଟଣା ସିସି ଟିଭିରେ କଏଦ୍ ହୋଇଥିବା ବେଳେ ଗୋପାଳପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।