ଚାରିମାସ ପରେ ଖୋଲିଲା କୁଲଡିହା ଅଭୟାରଣ୍ୟ

ବାଲେଶ୍ୱର(କେନ୍ଯୁଜ୍) : ଚାରିମାସ ପରେ ଖୋଲିଛି ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟ । ପର୍ଯ୍ଯଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗୋହିରାଭୋଳଠାରେ ଏକ ନେଚର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି । ପର୍ଯ୍ଯଟକଙ୍କ ରହିବା ପାଇଁ ୯ଗୋଟି ଟେଣ୍ଟର ବ୍ୟବସ୍ଥା ହୋଇଛି । ଏଥିରେ ପର୍ଯ୍ଯଟକମାନେ ରାତ୍ରୀ ଯାପନ କରିବା ସହ ବନ୍ୟଜନ୍ତୁମାନଙ୍କୁ ଦେଖିପାରିବେ ।