ମହାପ୍ରୟାଣ ଗାଡ଼ିରୁ ଲୁଟ୍‌ , ଟଙ୍କା ଓ ମେଡିସିନ୍‌ ଲୁଟି ନେଲେ ୬ ଜଣିଆ ଗ୍ୟାଙ୍ଗ

ଗଞ୍ଜାମ(କେନ୍ୟୁଜ୍) : ମହାପ୍ରୟାଣ ଗାଡ଼ିରୁ ଲୁଟ୍‌ । ମୃତ ଦେହ ନେଇ ଫେରୁଥିବା ବେଳେ ଗଞ୍ଜାମ ଗାଲେରୀ ଫାଣ୍ଡି ରାଣୀକିଆରି ନିକଟରୁ ଟଙ୍କା ଓ ମେଡିସିନ୍‌ ଲୁଟି ନେଲେ ୬ ଜଣିଆ ଗ୍ୟାଙ୍ଗ । ଏହି ଅଞ୍ଚଳ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ କୌଣସି ମାଓ ସଂଗଠନ ଦ୍ୱାରା ଏପରି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଏହି ୬ ଜଣିଆ ଗ୍ୟାଙ୍ଗରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଥିଲେ । ସେମାନଙ୍କ ନିକଟରେ ଏୟାର ବ୍ୟାଗ୍‌ ଥିବା ସହ ବନ୍ଧୁକ ଧରିଥିଲେ । ସେମାନେ ଅଣଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିବା ଗାଡିର ଡ୍ରାଇଭର କହିଛନ୍ତି । ଭଞ୍ଜନଗରରୁ ଏକ ମୃତ ଦେହ ଧରି ଗାଲେରୀ ଯାଇଥିଲା ମହାପ୍ରୟାଣ ଗାଡ଼ି । ସେଠାରୁ ଭଞ୍ଜନଗର ଫେରୁଥିବା ବେଳେ ଏପରି ଘଟଣା ଘଟିଛି । ଏନେଇ ଗାଡ଼ି ଡ୍ରାଇଭର ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସକୁ ଜଣାଇଛନ୍ତି ।