ଅପରେସନ୍ ଗଜରାଜ : ବଡ଼ ଖାଇରୁ ଉଦ୍ଧାର ହେଲା ଦନ୍ତା

ହିନ୍ଦୋଳ : ଆଜି ଭୋର ୪ଟାରେ ରେଢାଖୋଲ ବନକଣ୍ଡ ଚାରମାଳ ରେଞ୍ଜ ସାନ ହିନ୍ଦୋଳରେ ଏକ ବଡ଼ ଖାଇରେ ପଡ଼ିଯାଇଥିଲା ହାତୀ। ଖାଦ୍ୟ ସଂଗ୍ରହରେ ଆସିଥିବା ବେଳେ ଖାଇରେ ପଡ଼ିଯାଇଥିଲା। ବାହାରକୁ ଆସିନପାରିବାରୁ ଜୋରରେ ଚିତ୍କାର କରିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ଜେସିବି ଜରିଆରେ ହାତୀ ପାଇଁ ରାସ୍ତା ତିଆରି ହୋଇଥିଲା । ଶେଷରେ ହାତୀଟି ଖାଇ ଭିତରୁ ବାହାରକୁ ବାହାରିଥିଲା।