ଅପରେସନ ସିନ୍ଦୂର: ସାହସୀ ସେନାକୁ ସାଲ୍ୟୁଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପରେସନ

ଭାରତୀୟ ସେନାକୁ ସାଲ୍ୟୁଟ । ଅପରେସନ ସିନ୍ଦୂରର ସଫଳତା ପାଇଁ ସାହସୀ ସେନାକୁ ସାଲ୍ୟୁଟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତର ସାର୍ବଭୌମତ୍ବ ଉପରେ ବିପଦକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ ଟ୍ବିଟ କରିଛନ୍ତି । ସେହିପିର ଅପରେସନ ସିନ୍ଦୂର ପାଇଁ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସାର୍ବୋଭୌମତ୍ବ ଓ ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ମାତୃଭୂମିର ପ୍ରତି ଇଞ୍ଚ ଜାଗାକୁ ସୁରକ୍ଷା ଦେବା ଆମର ପ୍ରାଥମିକତା ।
ପହଲଗାମ ଆକ୍ରମଣ ପରେ ଭାରତ ’ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ’ଅପରେସନ ସିନ୍ଦୁର’ ଆକ୍ରମଣ ପରେ ଏଲଓସି ଉପରେ ଗୁଳିଚାଳନା କରିଥିଲା ପାକିସ୍ତାନ । ଗୁଳିକାଣ୍ଡରେ ୩ଜଣ ଭାରତୀୟ ସେନାଙ୍କ ମୃତ୍ୟୁ ଘଟିଛି । ଭାରତୀୟ ସେନା ଏହାର ମଧ୍ୟ କଡ୍ଡା ଜବାବ ଦେଇଛି ।
ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରାଯାଇଥିଲା । ଏଥିରେ ୨୯ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହାପରଠୁ ସାରା ଭାରତ ବର୍ଷରେ ପାକିସ୍ତାନ ପ୍ରତି ଆକ୍ରୋଶ ମୂଳକ ଭାବନା ସୃଷ୍ଟି ହୋଇଥିଲା । ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।
ଆହୁରି ପଢ଼ନ୍ତୁ : ଅପରେସନ୍ ସିନ୍ଦୂର ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟ: ଲେଖିଲେ ‘ଜୟହିନ୍ଦ’