ନବ ଦାସ ହତ୍ୟା ଘଟଣାରେ ପୁଣି ନୂଆ ଥିଓରୀ ଆଣିଲେ ବିରୋଧୀ ଦଳ ନେତା

ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଚରିତ୍ର, ଗୋପାଳର ରାଗ ଉପରେ ଲେଖାଇଦେବେ। ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର: ଜୟନାରାୟଣ ମିଶ୍ର

କେନ୍ୟୁଜ(ବ୍ୟୁରୋ):  ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଚରିତ୍ର, ଗୋପାଳର ରାଗ ଉପରେ ଲେଖାଇଦେବେ। ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି।

ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇ ଥିଲୁ ତାହାର ନିର୍ଯ୍ୟାସ ବହାରିନି । ସରକାର ଗୋପାଳକୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତର ଟିମ କହି ଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କହିଁକି ବାଙ୍ଗାଲୋର ନେବାକୁ ଚାହୁଁଛି । ଏହା ସହ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ,ଚାଷୀ ସମସ୍ୟା କଥା ବି ବିଧାନସଭାରେ ଉଠିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.