ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉଚ୍ଛେଦ ବେଳେ ବିରୋଧ, ବସ୍‌ ଟର୍ମିନାଲକୁ ନେଇ ଅସନ୍ତୁଷ୍ଟ ୧୩୦ ବ୍ୟବସାୟୀ

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉଚ୍ଛେଦ ବେଳେ ବିରୋଧ । ଅନ୍ତରାଜ୍ୟ ବସ୍‌ ଟର୍ମିନାଲ ଲାଗି ଯୋଜନା ଚାଲିଥିବାବେଳେ ଆଜିଠୁ ଉଚ୍ଛେଦ ଆରମ୍ଭ ହୋଇଛି । ଏକ ଉଚ୍ଚ କୋଟୀର ବସ୍‌ଷ୍ଟାଣ୍ଡ ନିର୍ମାଣ ଲକ୍ଷ୍ୟ ରଖିଛି ବିଡିଏ ।

ହେଲେ ଏହି ଉଚ୍ଛେଦକୁ ବିରୋଧ କରାଯାଇଛି । ବିଡିଏ ଥଇଥାନ ନକରି ଉଚ୍ଛେଦ କରୁଥିବାରୁ ବିରୋଧ କରୁଛି ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ । ବସ୍‌ ଟର୍ମିନାଲକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ୧୩୦ବ୍ୟବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.