ବିଧାନସଭା ଗାନ୍ଧୀ ମୂର୍ତ୍ତି ତଲେ ଅହୋରାତ୍ର ଧାରଣା ଦେଲେ ବିରୋଧୀ ଦଳ ନେତା ଓ ବିଜେପିର ସବୁ ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ନିଲମ୍ବନ ବିରୋଧରେ ବିଜେପି ବିଧାୟକଙ୍କ ଧାରଣା । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବିରୋଧୀ ଦଳ ନେତା ଓ ବିଜେପିର ସବୁ ବିଧାୟକ । ବିଜେପିର ୩ ବିଧାୟକଙ୍କ ନିଲମ୍ବନକୁ ନେଇ ଗାନ୍ଧି ମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଛନ୍ତି । ସେମାନଙ୍କୁ ବାଚସ୍ପତି ବୁଝାସୁଝା କରିଥିଲେ । ତେବେ ସେମାନେ ଧାରଣାରୁ ଉଠି ନାହାନ୍ତି ।

bjp 1

ବିରୋଧୀ ଦଳ ନେତା କହିଛନ୍ତି, ବିଲ ପାରିତ ହେବା ବେଳେ କହିବାକୁ ସୁଯୋଗ ଦିଆଯାଇନି । ଏଥିରେ ବାଚସ୍ପତିଙ୍କୁ ଦାୟୀ କରି ବିଜେପି ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଥିଲେ । ଏହାକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଧାରଣାରେ ବସିଛନ୍ତି । ଆସନ୍ତାକାଲି ବିଜେପି ବିଧାୟକ ରାଜ୍ୟପାଳଙ୍କୁ ଫେରାଦ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.