ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା : ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ କୃପା ଆପଣମାନଙ୍କ ଉପରେ ବର୍ଷୁ ଥାଉ ବୋଲି କହିଛନ୍ତି ନବୀନ । ଏହାସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇଫେରିବା ପରେ ପ୍ରଥମ ଭିଡିଓ ବାର୍ତ୍ତାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।

 

ମୁମ୍ୱାଇରେ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ଓ ପରେ ଭୁବନେଶ୍ୱରରେ ଡିହାଇଡ୍ରେସନ ପାଇଁ ଚିକିତ୍ସା ହେବା ପରେ ଏହା ଥିଲା ତାଙ୍କ ପ୍ରଥମ ଭିଡିଓ ବାର୍ତ୍ତା । ନିଜ ଦସ୍ତଖତରେ ପ୍ରଥମ ଥର ବିଜେଡିର ଛାତ୍ର ଓ ଯୁବ ସଂଗଠନ ସଭାପତି ନିଯୁକ୍ତ କରିଥିଲେ । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀବ ନିବାସ ଯାଇ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପତି।

 

ଆହୁରି ପଢ଼ନ୍ତୁ : ଆଜି ନୂଆଁଖାଇ ତିହାର… ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ