ଭେଣ୍ଟିଲେଟରରୁ ବାହାରି ଆଇସିୟୁକୁ ସ୍ଥାନାନ୍ତର ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

କେନ୍ୟୁଜ୍(ବ୍ୟୁରୋ):  ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ଆକ୍ରାନ୍ତ ହେବା ପରେ  ଭୁବନେଶ୍ବରର ଏମ୍ସରେ ଚିକିତ୍ସାଧିନ ଅଛନ୍ତି। କିଛି ଦିନ ପୁର୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହେ ତେବେ ତାଙ୍କୁ ଆଉ ଦୁଇ ଦିନ ପରେ ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି  ଏମ୍ସ କତ୍ତ୍‌ପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.