ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ, ବିରୋଧୀ ଦଳ ଗଠନ ମୂଳକ ପରାମର୍ଶ ଦେଉ : ମନମୋହନ

ଭୁବନେଶ୍ୱର : ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ । ବିଧାନସଭାର ମର୍ଯ୍ୟାଦାକୁ ନଜରରେ ରଖି କାମ କରିବା ଉଚିତ। ବାଚସ୍ପତିଙ୍କ ପ୍ରତି କରାଯାଉଥିବା ବ୍ୟବହାର ଠିକ ନୁହେଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେପି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ବିଶ୍ବାସ କରେ। ଇସ୍ୟୁ ନଥାଇ ଇସ୍ୟୁ କରାଯାଉଛି। ଓଡ଼ିଶାବାସୀଙ୍କ ଜନମତକୁ ସ୍ବିକାର କରିବା ଉଚିତ। ବିରୋଧୀ ଆତ୍ମସମୀକ୍ଷା କରିବା ଉଚିତ। ବିରୋଧୀ ଦଳ ଗଠନ ମୂଳକ ପରାମର୍ଶ ଦେଉ । ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳର ଭୂମିକା ନିଭାନ୍ତୁ ବୋଲି ମନମୋହନ କହିଛନ୍ତି।

ରାଜନୀତିରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ହିଂସା କରନ୍ତି ତାଙ୍କୁ ଲୋକ ଯେଉଁଭଳି ଦେଖନ୍ତି ତାହା ସମସ୍ତେ ଦେଖିଛନ୍ତି । ପୋଲିସକୁ ଟେକା ପକେଇବା ସାମ୍ବାଦିକଙ୍କୁ ପିଟିବା ଦାବି ଉପସ୍ଥାପନ କରିବାର ଉପୟା ନୁହେଁ । ଏହା ନିନ୍ଦନୀୟ । ନିଜର ସ୍ବାର୍ଥ ସାଧନା ପାଇଁ ଏହା ଏକ ଘୃଣ୍ୟ ରାଜନୀତି । କଂଗ୍ରେସ ୫୬ ବର୍ଷର ସତାରେ ଥାଇବି ଆମ ଉପରେ ଏତେ ଘୃଣା । ଆମର ୯ ମାସର ସରକାର, ତୁମେ ୫୬ ବର୍ଷରେ କଣ କରିଛ ହିସାବ ଦିଅ । ନିରୀହ ଲୋକଙ୍କୁ ଆନ୍ଦୋଳନରେ ସାମିଲ କରି ଏଭଳି ଅବସ୍ଥା ହେବା ଅତି ନିନ୍ଦନୀୟ । କଂଗ୍ରେସ କ୍ରିମିନାଲ ପଳିଟିକ୍ସ ଆରମ୍ଭ କରିଛି । କଂଗ୍ରେସ ସହ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତେ ନଷ୍ଟ ହୋଇଛନ୍ତି।