ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରେ ଗୋଟିଏ ମିନିଟ୍‌ ବି ଚାଲିପାରିଲାନି ଗୃହକାର୍ଯ୍ୟ: ୧୫ ସେକେଣ୍ଡରେ ଗୃହ ମୁଲତବୀ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭା ଶୀତ ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଗୋଟିଏ ମିନିଟ୍‌ ବି ଚାଲିପାରିଲାନି ଗୃହକାର୍ଯ୍ୟ। ମାତ୍ର ୧୫ ସେକେଣ୍ଡରେ ଗୃହ ମୁଲତବୀ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା।

ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ନ ଆସିବାକୁ ବାଚସ୍ପତି ତାଗିଦ କରିଥିଲେ । ହେଲେ ବିରୋଧୀ ସଦସ୍ୟ ନ ଶୁଣିବାରୁ ଗୃହ କାର୍ଯ୍ୟକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସେପଟେ ଗ୍ୟାସ ଦରବୃଦ୍ଧି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକଙ୍କ ଧାରଣା । ବିଧାନସଭାରେ ଥିବାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ପ୍ରତିବାଦରେ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା। ତେଲ ଓ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ କରୁଛନ୍ତି ବିଜେଡି ବିଧାୟକ। ସେପଟେ ରାଜଭବନ ସାମ୍ନାରେ ବିଜେଡି କର୍ମୀ ଜୋରଦାର ଆନ୍ଦୋଳନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.