ବିଧାନସଭା ବାହାରେ ବିରୋଧୀଙ୍କ ହାଇଡ୍ରାମା, ବ୍ୟାରିକେଡ ଭାଙ୍ଗିଲେ କଂଗ୍ରେସ ଓ ବିଜେଡି ବିଧାୟକ

ଭୁବନେଶ୍ୱର : ବିଧାନସଭା ବାହାରେ ହଙ୍ଗାମା । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। ବିଧାନସଭା ପଶିବାକୁ ଉଦ୍ୟମ କଲେ କଂଗ୍ରେସ କର୍ମୀ । ବ୍ୟାରିକେଡ ନିକଟରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି । ସେପଟେ କଂଗ୍ରେସର ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ବିଜେଡି ବିଧାୟକ । ବିଧାୟକଙ୍କ ବ୍ୟତୀତ ଆଉ କାହାକୁ ଛଡାନଯିବାରୁ ପ୍ରତିବାଦ ହୋଇଛି । ଗେଟ ସାମ୍ନାରେ ବିରୋଧୀ ବିଧାୟକଙ୍କ ଧାରଣା ଜାରି ରହିଛି । ସ୍ଥିତି ନିୟନ୍ତ୍ରଣ କରୁଛି ପୋଲିସ ।
ସୂଚନା ଅନୂଆସାରେ ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ ହୋଇଛି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ମାନେ ରାତିସାରା ଧାରଣାରେ ବସିଥିଲେ ବିଧାୟକ । ଏହା ପରେ ସକାଳୁ ମାଷ୍ଟରକ୍ୟାଣ୍ଟିନରୁ ଘଣ୍ଟ ବାଡ଼େଇ ବିଧାନସଭାକୁ ବାହାରି ଥିଲେ କଂଗ୍ରେସ ବିଧାୟକମାନେ । ଖାଲି ସେତିକି ନୁହେଁ, ତାଙ୍କ ସହିତ ତମାମ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି । କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୋଲିସ୍ ସହ ହାତାହାତି ହୋଇଛନ୍ତି ।
ଆହୁରି ପଢ଼ନ୍ତୁ : ବିଧାନସଭାରୁ ୧୨ ବିଧାୟକ ନିଲମ୍ବିତ ଘଟଣା, ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣା