ବେଆଇନ୍‌ ମଦ ବିକ୍ରିକୁ ବିରୋଧ, ସରପଞ୍ଚଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା

ଗଞ୍ଜାମ (କେନ୍ୟୁଜ): ତାତିଲେ ମହିଳା । ଭାଙ୍ଗିଲେ ଦେଶୀ ମଦ ଦୋକାନ । ମଦ ବିରୋଧୀ ଅଭିଯାନରେ ଏକାଠି ହେଲେ ଗାଁର ମହିଳା । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶାସନଆମ୍ବଗାଁର । ବେଆଇନ ଦେଶୀ ମଦ କାରବାରକୁ ନେଇ ମହିଳାମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ଅନୁସାରେ ମହିଳା ମାନେ ସକାଳୁ ମଦ ଦୋକାନ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ । ଗାଁରୁ ମଦ ଦୋକାନ ଉଚ୍ଛେଦ ପାଇଁ ଅନେକ ଦିନ ଦାବି କରି ଆସୁଥିଲେ ମହିଳା । ଆଜି ସକାଳେ ବହୁ ମହିଳା ଏକାଠି ହୋଇ ପ୍ରଥମେ ସରପଞ୍ଚଙ୍କ ଘର ଆଗରେ ହୋହଲ୍ଲା କରିଥିଲେ । ପରେ ବଢ଼ିଥିଲା ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ପରିସ୍ଥିତି ଶାନ୍ତ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.