ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ

କଟକ(କେ ନ୍ୟୁଜ): ଆଜି ସନ୍ଧ୍ୟାରେ ଓପିଏସସି ପ୍ରିଲିମିନାରୀ-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ପାଖାପାଖି ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୫୦୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରିଲିମିନାରୀ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା

। କିନ୍ତୁ ପରୀକ୍ଷା ଫଳ ବାହାରିବାରେ କିଛିଟା ବିଳମ୍ବ ହୋଇଛି । ମେନ୍ସ ପରୀକ୍ଷା କେବେ ଅନୁଷ୍ଠିତ ହେବ ସେନେଇ ବୋର୍ଡ ତରଫରୁ କୌଣସି ନୋଟିସ ଜାରି କରାଯାଇନାହିଁ । ମେ ୨୩ ତାରିଖରେ ପରୀକ୍ଷା କରାଯିବା ନେଇ ପ୍ରଥମେ ସ୍ଥିର ହୋଇଥିବା ବେଳେ ପରେ ଅଗଷ୍ଟ ମାସ ୨୭ ତାରିଖରେ ପରୀକ୍ଷା କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.