SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୬ ମାର୍କ ଗ୍ରେସ୍‌ ଦେବାକୁ OPSC ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର : ଏସଡିଆଇପିଆରଓ (ଓଆଇଏସ-୨) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଦେବାକୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପରରେ ୬ ମାର୍କ କମ୍ ଥିଲା । ୧୦୦ ମାର୍କ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା । ମାର୍ଚ୍ଚ ୨୯-୩୦ ତାରିଖ ପରୀକ୍ଷା ହୋଇଥିଲା । ୩୯ ପଦବୀ ପାଇଁ ପାଖାପାଖି ୧୦୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ । ପରୀକ୍ଷାର ଦ୍ୱିତୀୟ ଦିନ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପର ପରୀକ୍ଷା ଥିଲା । ୩୦ ତାରିଖ ଅପରାହ୍ନରେ ପେପର-୪ର ଲିଖିତ ପରୀକ୍ଷା କରାଯାଥିଲା ।

 

 

ଆହୁରି ପଢ଼ନ୍ତୁ :  ପୁରୀରେ NSG ଟିମ୍, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍