ମୟୁରଭଞ୍ଜ(କେନ୍ୟୁଜ୍): OPTCL ଡିଜିଏମ୍ ଯଶବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ । ୨୦୧୭ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ଏହି ଦଣ୍ଡ ଶୁଣାଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ରାଶି ଅନାଦେୟ ୧ ବର୍ଷ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି ।
୨୦୧୭ ମସିହା ଅକ୍ଟୋବର ୨୫ ତାରିଖରେ ୩ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ଡିଜିଏମ୍ ଯଶବନ୍ତ ଚୌଧୁରୀ । କାର୍ତ୍ତିକେଶ୍ୱର ଦତ୍ତଙ୍କ ଏକ ଗାଡି ଓପିଟିସିଏଲ୍ରେ ଭଡା ସୂତ୍ରରେ ଲାଗିଥିଲେ । ୨ ମାସର ବକେୟା ୪୫ ହଜାର ଟଙ୍କାର ଗାଡିର ଭଡା ବାବଦକୁ ବିଲ୍ ପାସ୍ କରିବାକୁ ୫ ହଜାର ଟଙ୍କା ମାଗିଥିଲେ ଡିଜିଏମ୍। ଘଟଣାକୁ ନେଇ ଗାଡି ମାଲିକ ବାରିପଦା ଭିଜିଲାନ୍ସ ୟୁନିଟର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ।