ରାଜ୍ଯର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା,ପବନ ଓ ଘଡଘଡ଼ି: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଓ ଭୁବନେଶ୍ୱର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଟ୍ଵିନ୍‌ ସିଟିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବିଜୁଳି ଘଡଘଡ଼ି ଲାଗି ରହିଛି। ୩୦-୪୦ କିଲୋମିଟର ବେଗରେ ପବନ ବୋହିବ ।

ଭୁବନେଶ୍ୱର ଓ କଟକରେ ଆଉ ଗୋଟେ ଘଣ୍ଟା ଯାଏଁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ବିଜୁଳି , ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜି କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.