କାଳବୈଶାଖୀ ପାଇଁ ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି, ୪ ଯାଏ ରହିବ ଏଭଳି ପାଗ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ରାଜ୍ୟରେ ଆହୁରି ୩ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଆସନ୍ତା ୪ ତାରିଖ ଯାଏ ଏଭଳି ପାଗ ରହିବ । ଆସନ୍ତାକାଲି ଉତ୍ତର ଓଡିଶା ,ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ସେହିଭଳି ୪ ଓ ୫ ତାରିଖରେ କିଛିକିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ ।
ଆହୁରି ପଢ଼ନ୍ତୁ : ନଳକୂପ ସବପିଟ ଗାତରେ ପଡି ଶିଶୁ ମୃତ, ଗ୍ରାମରେ ଶୋକାକୁଳ ପରିବେଶ