ତାତିରୁ ନାହିଁ ନିସ୍ତାର: ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ସହ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଡେଉଁଛି ପାରଦ ।  ଅସହ୍ୟ ତାତି ।  ଗରମ ସାଙ୍ଗକୁ ଗୁଳୁଗୁଳି ।  ତାତିରୁ ନାହିଁ ନିସ୍ତାର, ଜଳୁଛି ପଶ୍ଚିମ ଓଡ଼ିଶା ।  ଆସନ୍ତା୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି ।  ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ଓ ହିଟ ୱେଭ ପାଇଁ ୭ ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ସେହିପରି ହିଟୱେଭ ପାଇଁ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।  ଗରମ ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲା ଓ ଉଷ୍ମ ରାତି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ପରବର୍ତ୍ତୀ ୩ ଦିନରେ ଦିନ ତାପମାତ୍ରାରେ ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି ।  ତାତି ବଢୁଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।

 

ଆହୁରି ପଢ଼ନ୍ତୁ : ଜଳୁଛି ସାରା ଓଡିଶା, ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି