ଜଙ୍ଗଲକୁ ଫେରିଗଲା ଭାଲୁ ଛୁଆ, ଦୁଃଖରେ ଭାଙ୍ଗି ପଡିଛନ୍ତି ଅଜିତ୍

ମାଲକାନଗିରି(କେନ୍ଯୁଜ୍): ଫେରିଗଲା ଭାଲୁ ଛୁଆ। ବନବିଭାଗ ଭାଲୁ ଛୁଆଟିକୁ ନେଇ ଜଙ୍ଗଲରେ ଛାଡି ଦେଇଛି। ଯେଉଁଠୁ ଉଦ୍ଧାର ହୋଇଥିଲା ସେହିଠାରେ ହିଁ ତାକୁ ଛଡାଯାଇଛି। କାଲେ ସେ ତାର ମାଆକୁ ପାଇଯିବ ସେହି ଆଶାରେ ତାକୁ ଛାଡିଦିଆଯାଇଛି। ଗତକାଲି ଖବର ପ୍ରସାରଣ ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ଆଲନନ୍ଦ ଗାଁର ଅଜିତ ନରେଟି ଜଙ୍ଗଲକୁ ଯାଇଥିବାବେଳେ ଅସୁସ୍ଥ ଅବସ୍ଥାରେ ଭାଲୁ ଛୁଆଟିକୁ ଦେଖିଥିଲେ। ତାପରେ ତାକୁ ଘରକୁ ଆଣି ସେବା ଶୁଶ୍ରୁଷା କରି ମାଆ ଭଳି ଯତ୍ନ ନେଇଥିଲେ।
ଅଜିତ ଭାଲୁ ଛୁଆକୁ ହାତରେ ଖୁଆଇ ଦେବା ସହ ତାଙ୍କରି କୋଳରେ ଶୁଆଇ ଦିଅନ୍ତି। ହେଲେ ବନବିଭାଗ ପାଖରେ ପହଞ୍ଚିବା ପରେ ଅଜିତଙ୍କ ଠାରୁ ଛୁଆଟିକୁ ନେଇଯାଇଛି। ହେଲେ ଭାଲୁ ଛୁଆଠୁ ଅଲଗା ହେବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଅଜିତ ।