ଓଆରଏଚଡିସି ଦୁର୍ନୀତି ମାମଲା : ବିନୋଦ କୁମାରଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର : ଆଇଏଏସ୍ ବିନୋଦ କୁମାରଙ୍କୁ ମିଳିଲା ଜାମିନ୍। ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ବିନୋଦଙ୍କୁ ଜାମିନ ନେଇ ସର୍ତ୍ତ ରଖିବେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ବହୁ ଚର୍ଚ୍ଚିତ ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଗତ ୧୦ ତାରିଖଠାରୁ ଝାରପଡ଼ା ଜେଲରେ ଅଛନ୍ତି ବିନୋଦ। ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଓଆରଏଚଡିସି ଦୁର୍ନୀତି ମାମାଲରେ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୦୦ ମସିହାରେ ଓଆରଏଚଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ବିନୋଦ କୁମାର ସେତେବେଳେ ଓଆରଏଚଡିସିର ନିର୍ଦ୍ଦେଶକ ଥିଲେ ।