ପତ୍ନୀଙ୍କ ଠାରୁ ଡିଭୋର୍ସ ନେଇପାରିବେ ଅନୁଭବ, ହାଇକୋର୍ଟଙ୍କ ଅନୁମତି ପରେ ବର୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର

ବର୍ଷାଙ୍କଠାରୁ ଡିଭୋର୍ସ ନେଇପାରିବେ ଅନୁଭବ ମହାନ୍ତି । ବିବାହ ବିଚ୍ଛେଦ ଆବେଦନକୁ ହାଇକୋର୍ଟଙ୍କ ଅନୁମତି ଦେବା ପରେ ଚର୍ଚ୍ଚା କଣ ହେବ ବର୍ଷା ପ୍ରିୟଦର୍ଶିନୀଙ୍କ ପରବର୍ତ୍ତୀ ପଦକ୍ଷେପ । ସୁପ୍ରିମକୋର୍ଟ ଯିବେ ନା ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ ? କଟକ ଫ୍ୟାମିଲି କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିବା ସହ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ ।

କଟକ(କେନ୍ୟୁଜ): ବର୍ଷାଙ୍କଠାରୁ ଡିଭୋର୍ସ ନେଇପାରିବେ ଅନୁଭବ ମହାନ୍ତି । ବିବାହ ବିଚ୍ଛେଦ ଆବେଦନକୁ ହାଇକୋର୍ଟଙ୍କ ଅନୁମତି ଦେବା ପରେ ଚର୍ଚ୍ଚା କଣ ହେବ ବର୍ଷା ପ୍ରିୟଦର୍ଶିନୀଙ୍କ ପରବର୍ତ୍ତୀ ପଦକ୍ଷେପ । ସୁପ୍ରିମକୋର୍ଟ ଯିବେ ନା ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ ? କଟକ ଫ୍ୟାମିଲି କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିବା ସହ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ ।

ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବୈବାହିକ ସମ୍ପର୍କ ନଥିବା ଗ୍ରାଉଣ୍ଡରେ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି ଅଦାଲତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଆଶ୍ବସ୍ତି ମିଳିଛି । ଏବେ ଅପେକ୍ଷା ବର୍ଷା ପ୍ରିୟଦର୍ଶିନୀଙ୍କ ପରବର୍ତ୍ତୀ ପଦକ୍ଷେପକୁ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ପାରନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏମିତି ହେଲେ ବିବାହ ବିଚ୍ଛେଦରେ ନ୍ୟାୟିକ ପ୍ରକ୍ରିୟା ଆହୁରି ଲମ୍ବିପାରେ । ଷ୍ଟାର କପୁଲଙ୍କ ବିବାହ ବିଚ୍ଛେଦ ଏଇଠି ତୁଟିବ ନା ଆହୁରି ଲମ୍ବିବ ତାଉପରେ ନଜର ରହିଛି । ଗତ ସେପ୍ଟେମ୍ବର ୨୨ ତାରିଖରେ ବର୍ଷା-ଅନୁଭବ ପାରିବାରିକ ବିବାଦର ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ଅନୁଭବଙ୍କ ପକ୍ଷରୁ ହୋଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିଲେ ଫ୍ୟାମିଲି କୋର୍ଟ । ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ ଏକାଠି ରହିବା ପାଇଁ କରିଥିବା ପିଟିସନକୁ ବି ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ ।

You might also like