ରାଜ୍ୟ

ଅର୍ଚ୍ଚନା ନାଗ ମାମଲା : ତଦନ୍ତ ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ (କେନ୍ୟୁଜ) : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦାୟର ମାମଲାରେ ଅର୍ଚ୍ଚନା ଜାମିନ ଆବେଦନ କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଚାର୍ଜସିଟ ଦାଖଲ ପରେ ପୋଲିସ କଣ ଅଧିକ ତଦନ୍ତ କରିଛି, ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।

ଜଷ୍ଟିସ ଭି ନରସିଂହ ଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି କରାଯାଇଛି । ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏଥିରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍‌ ଖୋଜି ବାହାର କରିଛି ଇଡି ।

ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍ସିକ ଟିମ ଏଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି । ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ଯାୟରେ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା ।

କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ । ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ତାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିଲା । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ର ବି ଗିରଫ ହୋଇଛନ୍ତି ।

Niharanjan

Recent Posts

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

7 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

51 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

1 hour ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

2 hours ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

10 hours ago