ଲାକ୍‌ମି ଫ୍ୟାସନ ୱିକ୍‌ରେ ନିଜର ଚମତ୍କାରିତା ଦେଖାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର (କେନ୍ୟୁଜ) : ଫ୍ୟାସନ ୱିକରେ ଚମକ ଦେଖାଇଲେ ଓଡ଼ିଆ ଝିଅ। ଲାକ୍‌ମେ ଫ୍ୟାସନ ୱିକ୍‌ରେ ଯାଜପୁରର ସୌଭାଗ୍ୟ ଲକ୍ଷ୍ମୀ ରାଉତ ନିଜର ଚମତ୍କାରିତା ଦେଖାଇଛନ୍ତି। ଲାକ୍‌ମେ ଫ୍ୟାସନ ୱିକର ମୁଖ୍ୟ ସୋ ଏରିଆରେ ଜଣେ ଜଣେ ଖ୍ୟାତନାମା ଡିଜାଇନରଙ୍କ ସୋ-ସେଟ ଡିଜାଇନ କରିବାର ସୁଯୋଗ ପାଇଲେ ସୌଭାଗ୍ୟଲକ୍ଷ୍ମୀ।

ଧର୍ମଶାଳା ବ୍ଲକ ଆରୁହାଁ ଗାଁର ସୌଭାଗ୍ୟଲକ୍ଷ୍ମୀ ରାଉତ। ଭୁବନେଶ୍ୱରରେ ଅନୁଷ୍ଠିତ ଲାକ୍‌ମେ ଫ୍ୟାସନ ୱିକର ଆଞ୍ଚଳିକ ଚୟନରେ ଇଣ୍ଟେରିୟର ବର୍ଗରେ ସାମିଲ ହୋଇଥିଲେ। ଓଡିଶାର ସଂସ୍କୃତିକୁ ସମ୍ମାନ ଦେବାକୁ ଯାଇ ସେ ବାଉଁଶରେ ପ୍ରସ୍ତୁତ ବଂଶୀ ସଦୃଶ୍ୟ ଜିନିଷ ବ୍ୟବହାର କରି ଫ୍ୟାସନ ସେଟ ଡିଜାଇନ କରି ଆୟୋଜକ ଓ ସେଲିବ୍ରିଟି ଜୁରୀଙ୍କୁ ଆକର୍ଷିତ କରିପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.