ନୂଆ ଜୀବନ ପାଇଲା ଲିଲିଆନ: ଅଳିଆ ଗଦାରୁ ଏବେ ଆମେରିକା ଯାତ୍ରା
କଟକର ବସୁନ୍ଧରାରେ ବଢୁଥିବା ଲିଲିଆନାକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଦମ୍ପତି। ଆଜି କଟକ ବସୁନ୍ଧରାରୁ ଆମେରିକା ଯାତ୍ରା କରିଛି ୪ ବର୍ଷର ଶିଶୁକନ୍ୟା ଲିଲିଆନା। ଭିନ୍ନକ୍ଷମ ଶିଶୁକନ୍ୟା ଲିଲିଆନାକୁ ଶେଷରେ ପରିବାର ଓ ବାପାମା’ ମିଳି ଯାଇଛନ୍ତି।
କଟକ (କେନ୍ୟୁଜ): ଜନ୍ମ ହେବା ପରେ ହୋଇଯାଇଥିଲା ଅଲୋଡ଼ା। ଯେଉଁଥିଲାଗି ଅସହାୟ ଅବସ୍ଥାରେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲିଯାଇଥିଲେ ଜନ୍ମକଲା ବାପା,ମା । ମାତ୍ର ଆଜି ସେ ପାଇଛି ନୂଆ ଜୀବନ। ନିରୂପାରୁ ହେଲା ଲିଲିଆନ। ସେଦିନ ବୁଦା ମୂଳରେ କଇଁ କଇଁ କାନ୍ଦୁଥିବା କୁନି ଝିଅ ଆଜି ସ୍ବପ୍ନର ସହରକୁ ଯାଉଛି । ଆମେରିକାରେ ବଡ଼ ହେବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା । କୋମଳମତି କୋମାଲମତି ଶିଶୁ ଲିଲିଆନ କୁ ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କଲେ ଆମେରିକାନ ଦମ୍ପତି । ଆମେରିକାନ ଦମ୍ପତି ବାପା ଡେଭିଡ୍ ଆଉ ମାଆ ଆନା ଚାରି ବର୍ଷର ଶିଶୁ କନ୍ଯା ଲିଲିଆନକୁ ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।
୪ ବର୍ଷ ତଳେ ପରିତ୍ୟକ୍ତ ଓ ଅସହାୟ ଅବସ୍ଥାରେ ଭୁବନେଶ୍ୱର ବାରଙ୍ଗ ଅଞ୍ଚଳରେ ପଡ଼ିଥିବା ନବଜାତ ଶିଶୁ କନ୍ଯାକୁ ସିଡବ୍ଲୁସି ଉଦ୍ଧାର କରି କଟକ ବିଡାନାସି ସ୍ଥିତ ବସୁନ୍ଧରାକୁ ହସ୍ତାନ୍ତର କରିଥିଲା । ଉଦ୍ଧାର ସମୟ ରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିଲା । କୁନି ଝିଅକୁ ଝୁଣି ଅଧାମଲା କରି ଦେଇଥିଲେ ବୁଲା କୁକୁର। ଖୋଳି ହୋଇଯାଇଥିଲା ଗୋଟିଏ ଆଖି । ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ଆହୁରି ଅଚିହ୍ନା ହୋଇଯାଇଥିଲା କଅଁଳା ଝିଅ । ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଏଇ ବସୁନ୍ଧରାରେ ବଢୁଥିଲା ଲିଲିୟନା। ଆମେରିକାନ ଦମ୍ପତ୍ତି ଏହି ଶିଶୁ କନ୍ଯାକୁ ବର୍ତ୍ତମାନ ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କରିବା ପରେ ଶିଶୁ କନ୍ଯାର ନାଁ ନିରୂପା ରୁ ଲିଲିଆନ ଦେଇଛନ୍ତି ।
ଗତକାଲି କଟକ ଜିଲ୍ଳାପାଳଙ୍କ କାର୍ଯ୍ଯଳୟରେ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନି ଏହି ଶିଶୁ କନ୍ଯାକୁ ଆମେରିକାନ ଦମ୍ପତି ,ଡେଭିଡ୍ ଆଉ ଆନାଙ୍କୁ ଏହି ଶିଶୁ କନ୍ଯା ଙ୍କୁ ହସ୍ତାନ୍ତର କରିଛନ୍ତି। ଆଇନ ଅନୁଯାୟୀ ଏହି ଅନାଥ ଶିଶୁ କନ୍ଯାକୁ ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଶିଶୁ କନ୍ଯାଟିକୁ କୋଳରେ ନେଇ ବେଶ ଖୁସି ଥିଲେ ଆମେରିକାନ ଦମ୍ପତି। କୋମଳମତି ଶିଶୁ ଟିର ହସ ରେ ବେଶ ଉତ୍ଫୁଳିତ ହୋଇପଡିଥିଲେ। ଶିଶୁ କନ୍ଯାର ହସ୍ତାନ୍ତର ସମୟରେ କଟକ ଜିଲ୍ଲାପାଳ ମଧ୍ୟ ବେଶ ଭାବ ବିହୁଳ ହୋଯାଇଥିଲେ । ଶିଶୁ ଟିର ଉଜ୍ଜ୍ୱଳ ଭବିଷ୍ଯତ କାମନା କରିଥିଲେ ଜିଲ୍ଲାପାଳ । ଲିଲିଆନ ର ସମସ୍ତ ଦାୟିବ ଓ ଯତ୍ନ ନେଇ ଭବିଷ୍ଯତରେ ଭଲ ମଣିଷ କରିବେ ବୋଲି କହିଛନ୍ତି ଆମେରିକାନ ଦମ୍ପତି । ଏହି ଶିଶୁ କନ୍ଯାଟିକୁ ପାଇ ବହୁତ ଖୁସି ଓ ଆନନ୍ଦ ପ୍ରକାଶ କରିବା ସହିତ ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ ହୋଇଥିବାରୁ ପ୍ରଶାସନକୁ ଧନ୍ଯବାଦ ଜଣାଇଥିଲେ ଆମେରିକାନ ଦମ୍ପତି ।